ରକ୍ତ ମାଂସ ହାଡ଼ରେ ଗଢା ଶରୀର
ଜଳରେ ବଞ୍ଚେ ଜୀବନ ,
ଜଳ ବିହୁନେ ନାହିଁ ସାରା ସଂସାର
ପ୍ରାଣୀର ତ୍ରାହି ସପନ ।।
ଜଳ ଦ୍ୱାରା ଆମେ କରୁଅଛୁ ଚାଷ
ଉଗୁଯାଇ ସୁନା ଫସଲ ,
ଧରଣୀ ବୁକୁରେ ରହିଛି ଅଧିକ
ଗ୍ରନ୍ତାଘର ପରି ଜଳ ।।
ଜଳ ଯୋଗୁ ଜୀବ ଜଗତ ପୁଣି
ଲାଗେ କେତେ ସୁନ୍ଦର,
ଜଳ ବିନା ସାରା ପୃଥିବି ପୃଷ୍ଠ
ହେବ ଦିନେ ଅନ୍ଧାର ।।
ଅଯଥାରେ ଜଳ କରନାହିଁ ନଷ୍ଟ
ବଞ୍ଚାଇ ରଖ ତାକୁ,
ଜଳ ବିହୁନେ ସଂସାର ହେବ ଭ୍ରଷ୍ଟ
ରଖ ସଞ୍ଚି ତାହାକୁ ।।
ସବୁଜ ଦିଶଇ ଧରଣୀ ମାତା
ମହକି ଉଠେ ମାଟି
ପାଣି ବିନା ସବୁ ହୋଇବ ଫିକା
ବୃକ୍ଷ ଦେଲେ ଯେ କାଟି ।।
ଜଗନ୍ନାଥ ମେହେର
କେଉଟେନବାହାଲି, ପଦ୍ମପୁର, ବରଗଡ଼
9778409884


0 Comments